ବାହାନଗା ରେଳ ଦୁର୍ଘଟଣା:ଭୁବନେଶ୍ୱର ପହଞ୍ଚିଲା ୧୬୦ ମୃତଦେହ, BMC ଜାରିକଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ୱର: : ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 288 ଜଣଙ୍କର ମୃତ୍ୟୁ ହୋଇଛି । ଏହା ବାଦ୍ 803 ଜଣଙ୍କର ଚିକିତ୍ସା ଜାରି ରହିଛି ।

ଆଜି ଭୁବନେଶ୍ୱରରେ 160 ରୁ ଅଧିକ ମୃତଦେହ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ଏବଂ ଏମ୍ସ ସମେତ ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ଏହି ମୃତଦେହ ରଖାଯିବ । ସେହିପରି ପରିଚୟ ମିଳିପାରୁ ନଥିବା ମୃତକଙ୍କ ଡିଏନଏ ସଂଗ୍ରହ କରାଯିବା ନେଇ ସୂଚନା ରହିଛି ।

BMC

ସୂଚନା ଅନୁସାରେ, 30 ରୁ 40 ମୃତକଙ୍କ ପରିଚୟ ମିଳିସାରିଥିବା ନେଇ ସୂଚନା ରହିଛି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ମଧ୍ୟ ମିଳିଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି । ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ବଡ ଚ୍ୟାଲେଞ୍ଜ ପାଲଟିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

BMC ଜାରିକଲା ହେଲ୍ପ ଲାଇନ୍ ନମ୍ବର

ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବା ପାଇଁ BMC ପକ୍ଷରୁ ଜାରି କରାଯାଇଛି ହେଲ୍ପ ଲାଇନ୍ ନଂ-1929 । ଏହି ହେଲ୍ପ ଲାଇନକୁ ଫୋନ୍ କରି ଜାଣିହେବ ମୃତଦେହ ରଖାଯାଇଥିବା ସ୍ଥାନ । ଭୁବନେଶ୍ୱରର ଏକାଧିକ ଡାକ୍ତରଖାନାରେ ୧୭୦ଟି ମୃତଦେହ ରଖାଯାଇଛି ।

ତେବେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କର ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ ହିଁ ମୃତଦେହ ସଂସ୍କାର କରିପାରିବେ । BMC ୱେବସାଇଟରେ ମୃତକଙ୍କ ଫଟୋ ଓ ବିବରଣୀ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+