ବାହାନଗା ଟ୍ରେନ୍ ଟ୍ରାଜେଡି:ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି । ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୭୫ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମଧ୍ୟରୁ ୧୭୦ ଜଣଙ୍କର ପରିଚୟ ମିଳିସାରିଛି । ସମସ୍ତ ପ୍ରକ୍ରିୟା ସରିବା ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି ଏବଂ ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ନିଜେ ଖର୍ଚ୍ଚରେ ମୃତଦେହ ପଠାଉଛନ୍ତି । ସେହିପରି ମୃତକଙ୍କ ଡେଥ୍ ସାର୍ଟିଫିକେଟ୍ ଯେତେ ଶ୍ରୀର୍ଘ ସମ୍ଭବ ପଠାଇ ଦିଆଯିବ ।












Click it and Unblock the Notifications