ବାହାନଗା ରେଳ ଦୁର୍ଘଟଣା: ମାସେ ପରେ ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ତ୍ରୁଟି ଯୋଗୁଁ ଘଟିଲା ଦୁର୍ଘଟଣା

ବାଲେଶ୍ବର: ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି । ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ ବି ମହାନ୍ତିଙ୍କୁ ଦାୟି କରାଯାଇଛି । ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ।

ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଜୁନ୍‌‌ ୨୮ ତାରିଖ ଦିନ ଆୟୁକ୍ତ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଆୟୁକ୍ତ ନିଜ ରିପୋର୍ଟରେ ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି ।

Bahanaga Train Accident

ସେହିପରି ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି । ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା ।

ସୂଚନାଯୋଗ୍ୟ, ଜୁନ ୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେକ ଏବେ ବି ଚିକିତ୍ସାଧୀନ ଅଛନ୍ତି । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+