ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା । ଉଦ୍ଧାର କର୍ଯ୍ୟ ଶେଷ ହୋଇଛି ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ରିପୋର୍ଟରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରିଛି । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରକୁ ମୋଟ୍ ୧୯୩ ମୃତ ଦେହ ଅଣାଯାଇଥିଲା, ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହ ଚିହ୍ନଟ ହୋଇଥିଲା, ଭଦ୍ରକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଯାହାକୁ ମିଶାଇ ବର୍ତ୍ତମାନ ମୋଟ୍ ମୃତ୍ୟୁ ସଂଖ୍ୟା ୨୮୮କୁ ଛୁଇଁଛି । ଏବେ ମଧ୍ୟ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି ।
ସୂଚନାଥାଉ ଯେ, ଭୁବନେଶ୍ୱରକୁ ଆସିଥିବା ୧୯୩ ମୃତଦେହ ମଧ୍ୟରୁ ୧୧୦ଟି ମୃତଦେହ ଚିହ୍ନଟ ହୋଇସାରିଛି । ହେଲେ ବର୍ତ୍ତମାନ ଆହୁରି ୮୩ ମୃତ ଦେହର ପରିଚୟ ମିଳିପାରି ନାହିଁ ।












Click it and Unblock the Notifications