ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ୩୧ ଜଣ ନିଖୋଜ ଅଛନ୍ତି-ମମତା ବାନାର୍ଜୀ
କଟକ: କଟକ ମେଡିକାଲ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଭେଟିବା ପରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ମମତା । କହିଲେ ବର୍ତ୍ତମାନ ମଧ୍ୟ ୩୧ ଜଣ ନିଖୋଜ ଅଛନ୍ତି ଏବଂ ୧୦୩ ମୃତଦେହ ଚିହ୍ନଟ ହୋଇଛି ବୋଲି ଦାବି କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ।
ଆଜି କଟକ SCB ମେଡିକାଲରେ ଆହତଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଦୁର୍ଘଟଣାରେ ବହୁ ଲୋକ ପ୍ରାଣ ହରାଇଛନ୍ତି ସଠିତ୍ ତଥ୍ୟ ପ୍ରକାଶ ପାଇବା ଉଚିତ । ବର୍ତ୍ତମାନ ଯୁକ୍ତି କରିବାର ସମୟ ନୁହେଁ । ସିବିଆଇ ତଦନ୍ତ କରୁ ହେଲେ ସତ ସାମ୍ନାକୁ ଆସୁ ।

ସେ ଆହୁରି କହିଛନ୍ତି, ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ୯୬ ଜଣ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ରିପୋର୍ଟ ଅନୁସାରେ, ଏହି ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୧୦୩ ଜଣଙ୍କର ମୃତ ଦେହ ଚିହ୍ନଟ କରାଯାଇଛି । ହେଲେ ଏବେ ମଧ୍ୟ ୩୧ ଜଣ ନିଖୋଜ ଅଛନ୍ତି ବୋଲି କହିଛନ୍ତି ମମତା ।
ସୂଚନାଥାଉ ଯେ, ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୫ ଲକ୍ଷ ଟଙ୍କା, ଆହତଙ୍କୁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।












Click it and Unblock the Notifications