Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରେନ ଦୁର୍ଘଟଣା: ୩ ଜଣ ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ।
ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ସେମାନଙ୍କୁ ଆହୁରି ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ ।

ମିଳିଥିବା ସୂଚନାନୁସାରେ ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଛି । ଏପଟେ ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି ।

Bahanaga Train Accident

ସୂଚନାଥାଉ କି, ଗତ ଜୁଲାଇ ୭ ତାରିଖ ଦିନ ବାହାନଗା ଟ୍ରେନ ଦୁର୍ଘଟଣାର ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କ ବିରୋଧରେ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଥିଲା ସିବିଆଇ ।

ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+