ବାଗେଶ୍ୱର ବାବାଙ୍କ ବଡ ବୟାନ; କହିଲେ ଓଡିଶାରୁ ବାଜିବ ହିନ୍ଦୁ ରାଷ୍ଟ୍ର ପାଇଁ ବିଗୁଲ
ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ପୁଣି ଆହ୍ୱାନ ଦେଇଛନ୍ତି। ନିକଟରେ ପୁରୀ ଗସ୍ତରେ ଆସି ଧରେନ୍ଦ୍ର ଶାସ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ସମୟରେ ସେ ସାମ୍ବାଦିକମାନଙ୍କୁ ହିନ୍ଦୁ ରାଷ୍ଟ୍ର ଗଠନ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।
ସେ କହିଛନ୍ତି, "ଓଡ଼ିଶା ହେଉଛି ଗୋଟିଏ ଆଧ୍ୟାତ୍ମିକ ରାଜ୍ୟ। ଭଗବାନ ଜଗନ୍ନାଥଙ୍କୁ ପୂଜା କରିବା ପରେ ମୋ ହୃଦୟ ଗଦଗଦ ହୋଇଯାଇଛି। ମହାପ୍ରସାଦ ପାଇ ମୁଁ ଆତ୍ମବିଭୋର। ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଳ କେବଳ ଓଡ଼ିଶାରୁ ବାଜି ପାରେ। ଯେକୌଣସି ପରିସ୍ଥିତିରେ ମଧ୍ୟ ଆମକୁ ଓଡ଼ିଶାର ସମସ୍ତ ହିନ୍ଦୁଙ୍କ ସମର୍ଥନ ଆବଶ୍ୟକ।
ହିନ୍ଦୁ ରାଷ୍ଟ୍ର ନେଇ ଆମେ ଦେଖିଥିବା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଆମକୁ ପ୍ରତିଟି ଓଡ଼ିଆ ହିନ୍ଦୁଙ୍କ ସମର୍ଥନ ଦରକାର। ଆପଣମାନେ ଆମକୁ ସମର୍ଥନ କରନ୍ତୁ। ଆମେ ଆପଣମାନଙ୍କୁ ଗୋଟିଏ ହିନ୍ଦୁ ରାଷ୍ଟ୍ର ତିଆରି କରି ଦେବୁ। ଆମେ ଏକାଠି ହିନ୍ଦୁ ରାଷ୍ଟ୍ର ଗଠନ କରିବା।"












Click it and Unblock the Notifications