ବଡ଼ବିଲ ବିଚ୍ ରାସ୍ତାରେ ଗୁଳିକାଣ୍ତ: ଯୁବକ ମୃତ
ବଡ଼ବିଲ:ବଡ଼ବିଲ ବିଚ୍ ରାସ୍ତାରେ ଗୁଳିକାଣ୍ତ । ସକାଳ ପ୍ରାୟ ୯ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ସୁନୀଲ ସିହ୍ନା ।
ସୂଚନା ଅନୁସାରେ, ସୁନୀଲ ସିହ୍ନା ସ୍କୁଟିରେ ୬ ନମ୍ବର ଓାର୍ଡର ପୁରୁଣା ଏଲଆଇଜି କଲୋନୀ ନିକଟସ୍ଥ ନିଜ ଘରକୁ ଯିବା ସମୟରେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା । ଘଟଣାସ୍ଥଳରେ ହିଁ ବ୍ୟବସାୟୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁଳି ମାଡ଼ କରିଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ଅଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିକାଣ୍ତର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଜାଞ୍ଚ ଆରମ୍ଭ କରିଛି । ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଖୋଜା ଚାଲିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ତେବେ ଗୁଳିକାଣ୍ତ ବେଳେ ସେହି ସ୍ଥାନରେ କେହି ଉପସ୍ଥିତ ନଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ତ କରାଯାଇ ପାରେ ବୋଲି ସନ୍ଦେହ କରାଯାଉଛି ।












Click it and Unblock the Notifications