ଟି-ସେତୁ ଅଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟି-ସେତୁ ଅଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

ଟି-ସେତୁ ଅଘଟଣା: କଟକ ବଡମ୍ବା ଗୋପୀନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା ଘଟଣା । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକ ମହିଳାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହ ଶୋକ ସନ୍ତପ୍ତ ପରିବାର ଗର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତଙ୍କ ଆଶୁ ଆକୋଗ୍ୟ କାମନା କରିଛନ୍ତି ।

CM Naveen Patnaik
ସୂଚନାଥାଉ ଯେ, କଟକ ବଡମ୍ବା ଗୋପୀନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟାରେ ୨୦ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଙ୍କୀ ପାଥପୁର ଗାଁର ଅଞ୍ଜନା ସ୍ୱାଇଁ (୪୫) । ୪ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୩ ଶିଶୁ ଏବଂ ୪ ମହିଳା ଥିବା ନେଇ ସୂଚନା ରହିଛି । ମକର ମେଳା ପାଇଁ ଆଜି ଲକ୍ଷାଧିକ ଲୋକ ବ୍ରିଜ୍ ଯୋଗେ ସିଂହାନାଥ ପୀଠକୁ ଯାଉଥିଲେ ଶ୍ରଦ୍ଧାଳୁ । ପୀଠରେ ୨ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଅସମ୍ଭାଳ ଭିଡ଼ ପାଇଁ ବ୍ରିଜ ଉପରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମହାନଦୀ ଉପରେ କିଛି ମାସ ତଳେ ହିଁ ଏହି ବ୍ରିଜ ଲୋକାର୍ପିତ ହୋଇଥିଲା । ଆଜି ମକର ଯାତ୍ରା ଦେଖିବା ପାଇଁ ଏହି ବ୍ରିଜ୍ ଯୋଗେ ଲୋକଙ୍କ ଭିଡ଼ ଜମିଥିଲା । ଧିରେ ଧିରେ ବ୍ରିଜ ଉପରେ ଲୋକଙ୍କ ଭିଡ ବଢିବାରୁ ଏବଂ ଟ୍ରାଫିକ୍ ବ୍ୟବସ୍ଥା କି ପୋଲିସ କଟକଣା ନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । ଭୟରେ କିଛି ଲୋକ ବ୍ରିଜ୍ ତଳକୁ ଡେଇଁ ପଡିଥିବା ନେଇ ସୂଚନା ରହିଛି । ଆହତ ଲୋକଙ୍କୁ ବାଙ୍କୀ, ବୈଦେଶ୍ୱର, ଗୋପୀନାଥପୁର, ଏବଂ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ବୈଦେଶ୍ୱର ଆଇଆଇସିଙ୍କ ସହ ଆଠଗଡ଼ ଏସଡିପିଓ ଏବଂ ୩ ପ୍ଲାଟୁନ ପୋଲିସ ଫୋର୍ସ ଉଦ୍ଧାର କାର୍ଯ୍ୟର ଲାଗିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+