Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ ଧବଳେଶ୍ୱର ପୀଠରେ ନଭେମ୍ବର ୬ରେ ବଡ଼ ଓଷା, ୭ରେ ମିଳିବ ଗଜଭୋଗ

ଚଳିତ ବର୍ଷ ଧବଳେଶ୍ୱର ପୀଠରେ ୬ରେ ବଡ଼ ଓଷା ,

ଆଠଗଡ଼: ଚଳିତ ବର୍ଷ ଧବଳେଶ୍ୱର ପୀଠରେ ନଭେମ୍ବର ୬ରେ ବଡ଼ ଓଷା ପାଳିତ ହେବ । ଗଜଭୋଗ ୭ ତାରିଖ ସକାଳେ ପାଇପାରିବେ ଭକ୍ତ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ଆଠ ତାରିଖରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ସୂଚନା ରହିଛି ।

Dhabaleswar Pitha

ଧବଳେଶ୍ୱର ପୀଠରେ ବଡ଼ ଓଷା ଓ ପଞ୍ଚକ ପାଳନ ନିମନ୍ତେ ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିକ ହୋଇଯାଇଛି । ଏହି ବୈଠକରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ସସସ୍ତ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପୂଜା ସମିତି ସଭାପତିଙ୍କ ସୂଚନା ଅନୁଯାୟୀ, ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧୦ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ । ସେହିପରି ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ । ଶେଷରେ ନଭେମ୍ବର ୬ରେ ଧବଳେଶ୍ୱର ପୀଠରେ ବଡ଼ ଓଷା ପାଳନ କରାଯିବ ଓ ୭ ତାରିଖ ସକାଳେ ଗଜଭୋଗ ମିଳିବ ।

କେଉଁ ତିଥିରେ ପାଳନ କରାଯାଏ ବଡ଼ ଓଷା

ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ବଡ଼ ଓଷା ପାଳିତ ହୁଏ । କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ଧବଳେଶ୍ୱର ପୀଠରେ ବଡ଼ ଓଷା କରାଯାଉଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିବ । ଏହି ଦିନ ଭଗବାନ ଶିବଙ୍କ ପାଖରେ ଗଜ ମଣ୍ତା ପୀଠା ଭୋଗ ଲାଗି କରାଯାଏ । ବିଶ୍ୱାସ ରହିଛି ବଡ଼ ଓଷା ଦିନ ଭୋଳା ଶଙ୍କରଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+