ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ସମ୍ବଲପୁର: ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର । ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ନେଇ ଭୀମସାର ଅଧୀକ୍ଷକଙ୍କ ସୂଚନା । ଶିଶୁକନ୍ୟାର ରକ୍ତସ୍ରାବ ହେଉଥିବା ଅଲଟ୍ରା ସାଉଣ୍ଡରୁ ଜଣାପଡୁଛି । ଦେହ ସାରା ମଧ୍ୟ ଆଘାତ ଲାଗିଛି କହିଲେ ଭୀମସାର ଅଧୀକ୍ଷକ ।
୩/୪ ଦିନ ଭିତରେ ଭଲ ହୋଇଯିବ ବୋଲି ଆଶା ରଖିଛୁ । ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିଶୁଭବନ ସହ ଯୋଗାଯୋଗରେ ଥିବା କହିଲେ ଅଧୀକ୍ଷକ।
ତେବେ ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି । ଶିଶୁକନ୍ୟାଟି ICUରେ ଚିକିତ୍ସାଧୀନ ରହିଛି । ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭୀମସାର ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଶିଶୁଟି ମାତ୍ର ୩୪ ସପ୍ତାହର। ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି। ତା'ର ଓଜନ ୧ କିଲୋ ୬ ଶହ ଗ୍ରାମ୍ ରହିଛି। ଆଗକୁ ତା' ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏକ ଡାକ୍ତରୀ ଟିମ୍ ତା' ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇପାରେ ।
ଏହି ଘଟଣାରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଅନ୍ୟ ପିଲାଙ୍କ ଭଳି ଏହି ଘଟଣା ବୋରୱେଲରେ ପଡ଼ିବା ଏକ ଦୁର୍ଘଟଣା ନୁହେଁ । ସ୍ଥାନୀୟ ପୁଲିସ ଏନେଇ ୩୦୭ ଦଫାରେ ମାମଲା କରିଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଶିଶୁକନ୍ୟାଟିକୁ ଫିଙ୍ଗି ଦେଇଥିଲା। ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ତାହା ପରେ ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।












Click it and Unblock the Notifications