ଶିଶୁ ବଦଳ ଅଭିଯୋଗ ଘଟଣା: ଡିଏନ୍‌ଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କଲା ଡାକ୍ତରୀ ଟିମ୍‌

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା ନୂଆମୋଡ଼ ନେଇଛି । ଡିଏନ୍‌ଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରିଛନ୍ତି ଡାକ୍ତରୀ ଟିମ୍‌ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପଲ ସଂଗ୍ରହ ହୋଇଛି ।

ନବଜାତ ଶିଶୁର ମା' ଓ ଶିଶୁ କନ୍ୟାର ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଛି । କ୍ୟାପିଟାଲର ହସ୍ପିଟାଲରେ ପହଞ୍ଚି ଏକ ଟିମ୍ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରିଛନ୍ତି । ଏହି ସମୟରେ କ୍ୟାପିଟାଲ ଥାନା ଅଧିକାରୀ, ମେଡିକାଲ ସୁପରିଟେଣ୍ଡେଣ୍ଟ, ଶିଶୁର ବାପାଙ୍କ ଉପସ୍ଥିତିରେ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରାଯାଇଛି ।

ଡାକ୍ତରୀ ଦଳଙ୍କ ତଦନ୍ତ ରିପୋର୍ଟକୁ ଅଭିଯୋଗକାରୀ ଗ୍ରହଣ ନ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା । ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହି ବିବାଦର ପୂର୍ଣ୍ଣଚ୍ଛେଦ ଘଟିବ ।

dna_test
ସୂଚନା ଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ ଘଟଣାରେ ପ୍ରାଥମିକ ରିପୋର୍ଟ୍ ସାମ୍ନାକୁ ଆସିଥିଲା । ତିନି ଜଣିଆ ଟିମର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିଲା । ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ତଦନ୍ତରୁ ଜଣା ପଡ଼ିଛି । ଅବହେଳା ପାଇଁ ଆଟେଣ୍ଡାଣ୍ଟକୁ ନିଲମ୍ବିତ କରାଯାଇଛି । ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ଥାନାକୁ ଲିଖିତ ଆକାରରେ ଜଣାଇଥିଲେ କ୍ୟାପିଟାଲ ହସ୍ପିଟାଲ ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଗତକାଲି, ପ୍ରଥମେ କହିଲେ ପୁଅ ଜନ୍ମ ହୋଇଛି ହେଲେ ଝିଅ ଦେଇଥିବା ଅଭିଯୋଗ ଆସିଥିଲା । ଏପରି ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ।

ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ଏହା ସହ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+