ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଏକୋଇଶିଆ ପାଳନ; ନାଁ ରହିଲା ବିଜୟିନୀ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଆଜି ଏକୋଇଶିଆ ପାଳନ କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ସେ ବର୍ତ୍ତମାନ ଖେଳୁଥିବା ଡାକ୍ତରମାନେ କହିଛନ୍ତି । ପୂର୍ବରୁ ତା ଶରୀରରେ ଦେଖାଦେଇଥିବା ସମସ୍ତ ପ୍ରକାର ସମସ୍ୟା ଏବେ ଦୂର ହୋଇଛି ।

ତା'ସହିତ ତା'ର ନାଁ ବିଜୟିନୀ ରଖାଯାଇଛି । ଶିଶୁ କନ୍ୟାଟି ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଚିକିତ୍ସାଧୀନ ରହିଛି । ଆଜି ତା'ର ଏକୋଇଶିଆ ପାଳନ କରାଯାଇଥିଲା। ଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ କେକ୍‌ କଟା ଯାଇ ମିଠା ବଣ୍ଟା ଯାଇଥିଲା।

ବର୍ତ୍ତମାନ୍ ଶିଶୁଟି ସାଧାରଣ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା ସହ ସାଧାରଣ ଭାବରେ ଖାଦ୍ୟଗ୍ରହଣ ମଧ୍ୟ କରୁଛି । ତା' ଓଜନ ମଧ୍ୟ ବୃଦ୍ଧି ପାଉଛି । ଅତିଶୀଘ୍ର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Baby girl

ସୂଚନାଯୋଗ୍ୟ, ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା । ତେବେ ଶିଶୁକନ୍ୟାକୁ କିଏ, କଣ ପାଇଁ ଫିଙ୍ଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିପାରିନି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+