ବୋର୍ୱେଲ ଭିତରେ ପଡ଼ିଲା ଶିଶୁ; କେମିତି ପଡ଼ିଲା ନା କିଏ ଫୋପାଡ଼ିଲା ?
ବୋର୍ୱେଲ ଭିତରେ ପଡ଼ିଲା ଶିଶୁ । ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ୱେଲରେ ପଡ଼ିଛି ନବଜାତ । ପଡ଼ିଥିବା ଶିଶୁଟି ନବଜାତ ହୋଇଥିବା ସନ୍ଦେହ ହୋଇଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଉଦ୍ୟମ ଜାରି କରିଛି ।
ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ି ରହିଛି । ତେବେ ଶିଶୁଟି କେମିତି ପଡ଼ିଲା ବା ତାକୁ କାହିଁକି ଫୋପାଡ଼ିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି । କେହି ଜାଣିଶୁଣି ନବଜାତ ଶିଶୁଟିକୁ ବୋରଓ୍ବେଲ ଭିତରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ତାହା ପରେ ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ ।
ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଲୋକଙ୍କ ଗହଳି ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛୁଆର କାନ୍ଦ ଜୋରରେ ଶୁଭୁଥିବାବେଳେ ଶୀଘ୍ର ଉଦ୍ଧାର ହେବା ନେଇ କାମ ଜାରି ରହିଛି ।












Click it and Unblock the Notifications