ହାତୀ ଛୁଆକୁ ଘଉଡାଇ ଦେଲେ ହାତୀପଲ, ଏବେ କାନ୍ଦୁଛି କୁନି ହାତୀ
କିଛି ମତ୍ସଜୀବୀ ଛୁଆ ହାତୀଟିକୁ ଡଙ୍ଗାରେ ଉଦ୍ଧାର କରି ପଲରେ ଛାଡିଥିଲେ । ମାତ୍ର ହାତୀ ପଲ ଆଉ କୁନି ହାତୀକୁ ପଲରେ ସାମିଲ କରି ନଥିଲା ।
ବ୍ରହ୍ମପୁର: ଗତକାଲି ଖାଦ୍ୟ ଅନ୍ୱେଷଣରେ ଏକ 16ଟିକାଆ ହାତୀପଲ ସାନ ଚିଲିକା ମୁହାଁ ହୋଇଥିଲେ । ଘଉଡ଼ାଇବାରୁ ହାତୀମାନେ ପଳାଇ ଯାଇଥିଲେ ବି ଚିଙ୍ଗୁଡ଼ି ଘେରି ପଙ୍କରେ ଫସି ଯାଇଥିଲା ଏକ ଛୁଆ ହାତୀ । କିଛି ମତ୍ସଜୀବୀ ଛୁଆ ହାତୀଟିକୁ ଡଙ୍ଗାରେ ଉଦ୍ଧାର କରି ପଲରେ ଛାଡିଥିଲେ । ମାତ୍ର ହାତୀପଲ ଆଉ କୁନି ହାତୀକୁ ପଲରେ ସାମିଲ କରି ନଥିଲେ ।

ସେପଟେ ମା ହାତୀ ତାର ଛୁଆଟିକୁ ସାଙ୍ଗରେ ନେବାର ବାରମ୍ବାର ପ୍ରୟାସ ସତ୍ବେ ହାତୀ ପଲରେ ଥିବା ଅନ୍ୟ ହାତୀମାନେ ତାକୁ ଘଉଡାଇ ଥିଲେ । ଶେଷରେ ହାତୀଛୁଆଟିକୁ ସେଠାରେ ଛାଡି ଚାଲି ଯାଇଥିଲେ ହାତୀପଲ।
ତେବେ ବିଭାଗ ଛୁଆ ହାତୀଟିକୁ ନିଜ ହେପାଜତକୁ ନେଇଛି । ବ୍ରହ୍ମପୁର ଉପକଣ୍ଠ ସୋନପୁରରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଟମଣାସ୍ଥିତ ଏକ ନର୍ସରୀରେ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ସେଠାରେ ତାକୁ କଦଳୀ ଖାଇବାକୁ ଦିଆଯାଉଥିବ ବେଳେ ଆବଶ୍ୟକତା ଅନୁସାରେ କ୍ଷୀର ଓ ଗ୍ଲୁକୋଜ ମଧ୍ୟ ମହଜୁଦ ରଖାଯାଇଥିବା ଡିଏଫଓ କହିଛନ୍ତି । ତେବେ ଏହି କୁନି ହାତୀର ନୂଆ ଠିକାଣା ଏବେ ନନ୍ଦନକାନନ ହେବ ବୋଲି ସୂଚନା ମିଳିଛି ।












Click it and Unblock the Notifications