ନନ୍ଦନକାନନରେ ସିମ୍ପାଜି ଶାବକ ଜନ୍ମ, ୮କୁ ବଢ଼ିଲା ସିମ୍ପାଜି ସଂଖ୍ୟା
ଭୁବନେଶ୍ୱର : ନୂଆବର୍ଷ 2025କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବର୍ଷର ଶେଷ ମୁହୂର୍ତ୍ତରେ ଜୀବଜନ୍ତୁ ପ୍ରେମିକଙ୍କ ପାଇଁ ରବିବାର ଆସିଛି ଏକ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ (୨୯ ଡିସେମ୍ବର)ରେ ୬୦(କ) ଏନକ୍ଲୋଜରରେ ଏକ ସିମ୍ପାଞ୍ଜି ଶାବକ ଜନ୍ମଲାଭ କରିଛି। ରାକ୍ଷୀ ଏକ ଶିଶୁ ସିମ୍ପାଞ୍ଜି ଶାବକକୁ ଜନ୍ମ ଦେଇଛି। ଜୁଲୁ ସହ ମିଳନରୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୁପକ୍ଷ ଘୋଷଣା କରିଛି।

ସୂଚନାଯୋଗ୍ୟ ସୂଚନା ଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ। ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏହାରି ମଧ୍ୟରେ ୨ଅଣ୍ଡିରା ୫ ମାଈ ଓ ଲିଙ୍ଗ ଚିହ୍ନଟ ଶାବକଟି ଅଛନ୍ତି।












Click it and Unblock the Notifications