କିଟ୍‌ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କଲେ ବାବୁ ସିଂହ

କିଟ୍‌ ପ୍ରସଙ୍ଗରେ ବିଧାନସଭାର ମୁଲତବୀ ଆଲୋଚନା ବେଳେ ବାବୁ ସିଂ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କିଟ୍‌ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ୮୦୦ ଟଙ୍କା ଦରମା ପାଉଥିଲେ। ୩୨ ବର୍ଷ ପରେ ୧୫ ହଜାର କୋଟିର ମାଲିକ ହୋଇଛନ୍ତି ଅଚ୍ୟୁତ। ବିଜୁ ପଟ୍ଟନାୟକଙ୍କ ସରକାରରେ ଲୋନ୍‌ ନେଇ AICTE ଦ୍ବାରା ଲଙ୍କା ସାମ୍ରାଜ୍ୟ କରିଛନ୍ତି ।

Babu Singh

ଶିକ୍ଷା ନାଁରେ କଳା କାରନାମା କରି ସମାଜକୁ ଅଚ୍ୟୁତ କଳୁଷିତ କରିଥିବା ସେ କହିଛନ୍ତି। ବାବୁ ଆହୁରି ମଧ୍ୟ କହିଛନ୍ତି, ଆଦିବାସୀ ଜମି ହଡ଼ପ, ଜଙ୍ଗଲ ଜମିରେ ଅଟ୍ଟାଳିକା କରିଛନ୍ତି। ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, କିଏ ଏମ୍‌ପି କଲେ ବୋଲି ବାବୁ ପ୍ରଶ୍ନ କରିଛନ୍ତି।

ସେହିପରି କିଟ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ତାରା କହିଛନ୍ତି, ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ। କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ସିସିଟିଭି ଫୁଟେଜ ଯାଞ୍ଚ ହେଉ। କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍‌ରେ ଚାକିରି କରିଛନ୍ତି ଜଣାପଡ଼ିବ। କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ ଡାଏ କାହିଁକି ହେଲା। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ତାରା ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+