ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ LED ସ୍କ୍ରିନ୍ ବ୍ୟବସ୍ଥା, ଭର୍ଚୁଆଲରେ କରିବେ ଭୋଳା ଦର୍ଶନ
ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
କଟକ: ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେଣୁ LED ସ୍କ୍ରିନରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି। ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ଵରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ। ଝୁଲାପୋଲର ମରାମତି ପାଇଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହାସହ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ଆଦୌ ସମ୍ଭବ ନୁହେଁ । ତେଣୁ ଏଭଳି ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି ।












Click it and Unblock the Notifications