ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବାବା ଧବଳେଶ୍ଵରଙ୍କ ଦର୍ଶନ, ଡଙ୍ଗାରେ ଯାଇ ଦର୍ଶନ କରିବେ ଭକ୍ତ
ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବାବା ଧବଳେଶ୍ଵରଙ୍କ ଦର୍ଶନ । ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ଧବଳେଶ୍ଵର ପୀଠରେ ପୂଜକ ସମିତିସହ ପ୍ରଶାସନର ଆଲୋଚନା ପରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ଏ ନେଇ ସ୍ବା
କଟକ: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବାବା ଧବଳେଶ୍ଵରଙ୍କ ଦର୍ଶନ । ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ଧବଳେଶ୍ଵର ପୀଠରେ ପୂଜକ ସମିତିସହ ପ୍ରଶାସନର ଆଲୋଚନା ପରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ଏ ନେଇ ସ୍ବାଇଁ ସୂଚନା ଦେଇଛନ୍ତି। ଝୁଲାପୋଲର ମରାମତି ପାଇଁ ସମ୍ପୂର୍ଣ୍ଣଭାବେ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି।

ଉପଜିଲ୍ଲାପାଳ କହିଛନ୍ତି, ପୀଠ ଖୋଲା ଅଛି। ହେଲେ ସାଧାରଣ ଭକ୍ତ କିପରି ପୀଠରେ ପହଞ୍ଚି ଠାକୁର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କ ପୀଠରେ ପହଞ୍ଚିବାର ଏକମାତ୍ର ବିକଳ୍ପ ଡଙ୍ଗା। ତେଣୁ ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ। ଆସନ୍ତା ମଙ୍ଗଳବାର ଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଗହଳି ଦିନମାନଙ୍କରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ। ଡଙ୍ଗା ଜରିଆରେ କେତେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଛନ୍ତି ଓ କେତେ ଗହଳି ଜମୁଛି, ତାହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଡଙ୍ଗାରେ ଲାଇଫ୍ ଜ୍ୟାକେଟ, ଯାତ୍ରୀ ସଂଖ୍ୟା ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଝୁଲା ପୋଲ ମରାମତି ନ ସରିବା ପର୍ଯ୍ୟନ୍ତ ଯାତ୍ରୀ ଏହା ଉପରେ ଯିବା ସୁରକ୍ଷିତ ନୁହେଁ। ତେଣୁ ଝୁଲା ପୋଲ ଉପରେ ଯାତାୟତକୁ ବନ୍ଦ କରାଯାଇଛି।
ସୂଚନା ଥାଉକି, ଝୁଲାପୋଲ ମରାମତି କରିବା ପାଇଁ ଏବେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଦୂରଦୂରାନ୍ତରୁ ବିଭିନ୍ନ ଗାଡ଼ି ଯୋଗେ ପୀଠକୁ ବୁଲିବାକୁ ଆସୁଥିବା ବେଳେ ନଦୀ କୂଳରୁ ନିରାଶରେ ଫେରୁଛନ୍ତି। ନଦୀ କୂଳରେ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରି ବିନତି ଜଣାଉଛନ୍ତି। ଭିଡ଼ ସମୟ ନ ଥିବାରୁ ସାଧାରଣ ଲୋକଙ୍କୁ ଠାକୁରଙ୍କ ଦର୍ଶନ ସୁଯୋଗ ଦିଆଯାଉ ବୋଲି ଭକ୍ତମାନେ ମତ ଦେଇଛନ୍ତି।












Click it and Unblock the Notifications