ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା; ଭକ୍ତିରେ ଭିଜୁଛି ବାବା ଚନ୍ଦନେଶ୍ୱରଙ୍କ ପୀଠ, 'ଚଡକ ମେଳା' କ'ଣ ?
ବାଲେଶ୍ୱର: ଭକ୍ତିରେ ଭିଜୁଛି ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା ଏବେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।
କିମ୍ବଦନ୍ତୀ ଅନୁସାରେ, ହୁଗୁଳା ଅରଣ୍ୟ ପଶ୍ଚିମସ୍ଥ ଏକ ଜନପଦ (ବର୍ତ୍ତମାନର ନାମ ତେଘରି)ଙ୍କ ଜୈନିକ ବଧୂ ଲକ୍ଷ୍ମୀ (ଲଛମା) ତତ୍ୱବଧାନରେ ଥିବା ଗାଈଟିଏ ହୁଗୁଳା ଅରଣ୍ୟରୁ ପ୍ରତିଦିନ କ୍ଷୀରଶୂନ୍ୟ ହୋଇ ଆସେ । ଏଥିପାଇଁ ଲଷ୍ମୀଙ୍କୁ ଗଞ୍ଜଣା ଶୁଣିବାକୁ ପଡୁଥିଲା । କାହିଁକି ଗାଈଟି ଏମିତି କ୍ଷୀର ଶୂନ୍ୟ ହୋଇ ଘରକୁ ଫେରୁଛି ଏକଥା ଜାଣିବା ପାଇଁ ଲକ୍ଷ୍ମୀ ମନସ୍ଥ କରିଥିଲା । ଦିନେ ଛପି ଛପି ଗାଈ ଅଟକିଥିବା ସ୍ଥାନରେ ସେ ପହଞ୍ଚିଥିଲା । ସେଠାରେ ଲକ୍ଷ୍ମୀ ଯାହା ଦେଖିଲା ତାହା ସେ ବିଶ୍ୱାସ ମଧ୍ୟ କରି ପାରି ନଥିଲା । ଗାଈର ଚିରରୁ ସ୍ଵତଃ ଝରିପଡୁଛି କ୍ଷୀର । କାଳକ୍ରମେ ବାବାଙ୍କ ନାମ ଚାରିଆଡେ ପ୍ରଚାରିତ ହୁଏ। କିମ୍ବଦନ୍ତୀର ସତ୍ୟତା ଗଭୀର ହେଉ କି ନ ହେଉ ଆଜି ଯାଏ ସେହି ଲକ୍ଷ୍ମୀ ବଂଶର ଜଣେ ମୁଖ୍ୟ ଭକ୍ତ (ପାଟଭକ୍ତ) ଭାବରେ ଏବଂ ଅଗଣି ପଣ୍ଡାଙ୍କ ବଂଶଧର ମାନେ ସେବାପୂଜାର ଦାଇତ୍ୱ ତୁଲାଇ ଆସୁଛନ୍ତି ।
ତେବେ ଶହ ଶହ ବର୍ଷରୁ ଏଠାରେ ବିରାଜମାନ କରିଛନ୍ତି ଭକ୍ତବାଞ୍ଚା କଳ୍ପତରୁ ଆଶୁତୋଷ ବାବା-ଚନ୍ଦନେଶ୍ୱର । ଭୋଗରାଇ ଥାନା ଅଧିନ ହୁଗୁଳି ଗ୍ରାମରେ ବାବା ଚନ୍ଦନେଶ୍ୱରଙ୍କ ପୀଠ। ସାଗର ଉପକଣ୍ଠସ୍ଥ ଏହି ଅଞ୍ଚଳ ଏକଦା ଥିଲା ହୁଗୁଳା ଅରଣ୍ୟପୂର୍ଣ୍ଣ । ଆଉ ଅରଣ୍ୟ ମଧ୍ୟରେ ବୋହି ଯାଇଥିଲା କ୍ଷୁଦ୍ର ଏକ ଝରଣା ଚନ୍ଦନ ଧାରା । ଏହି ଉଭୟ ନାମକୁ ଅଙ୍ଗୀକାର କରି ହୁଗୁଳି ଗ୍ରାମରେ ଲୀଳା ପ୍ରକାଶ କରିଛନ୍ତି ବାବା ଚନ୍ଦନେଶ୍ୱର ।

ଋତୁରାଜ ବସନ୍ତ ଶେଷ ହେବାକୁ ବସିଥିବା ବେଳେ ଚୈତ୍ରର ଆସି ପହଞ୍ଚି ଯାଇଥାଏ । ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ଉତ୍ସବ ପାଇଁ ଆରମ୍ଭ ହୋଇଯାଇଥାଏ ପ୍ରସ୍ତୁତି । ଏହି ପର୍ବ ବା ଉତ୍ସବରେ ହୁଏ ପ୍ରବଳ ଭକ୍ତଙ୍କ ସମାଗମ । ଚଡକ ଯାତ୍ରାର ପାଞ୍ଚ ଦିନ ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪/୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ହୋଇ ପଇତା ଧାରଣ କରି ବ୍ରତଚାରି ହୁଅନ୍ତି ।
ତେବେ ଚଳିତ ବର୍ଷ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ମେଳା ପାଇଁ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଗତ ୧ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିଛି ଏହି ଚଡ଼କ ଯାତ୍ରା । ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାରେ ଲାଗିଛି । ୨୧ ପ୍ଲାଟୁନ ପୋଲିସ ଫୋର୍ସ, ସିସିଟିଭି ବ୍ୟବସ୍ତା କରାଯାଇଛି । ଚଡକ ପର୍ବ ଆରମ୍ଭ ରୁ ଏପର୍ଯ୍ୟନ୍ତ ୫ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଚିକିତ୍ସା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications