ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ଦୀର୍ଘ ୪ମାସ ପରେ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର।
ଭଦ୍ରକ: ଦୀର୍ଘ ୪ମାସ ପରେ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ଏଥିସହ ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକୁ ବି ଭକ୍ତଙ୍କ ପାଇଁ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।

ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମନ୍ଦିରଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ। ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକରେ କୋଭିଡ କଟକଣା ବଳବତ୍ତର ରହିବ। ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିପାରିବେ, ହେଲେ କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ। ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
ଶନିବାର ଦିନ ଆଖଣ୍ଡଳମଣି ମନ୍ଦିରକୁ ସାନିଟାଇଜ୍ କରାଯିବ। ତେଣୁ ପ୍ରତ୍ୟେକ ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପରିସରରେ ଅନ୍ନ, ପ୍ରସାଦ ସେବନ, ବିବାହ, ବ୍ରତଘର କିମ୍ବା କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ।












Click it and Unblock the Notifications