ରାଜ୍ୟରେ ଆଜିଠୁ ଆରମ୍ଭ 'ବାଲ୍ ଆଧାର' ପଞ୍ଜିକରଣ, ସରକାରୀ ସେବା ପାଇବା ହେବ ସହଜ
ଶିଶୁର ଆଧାରକାର୍ଡ ତିଆରି କରିବା ପାଇଁ ମାତା-ପିତାଙ୍କ ମଧ୍ୟରୁ କାହାରି ମଧ୍ୟ ଆଧାରକାର୍ଡ ସହ ଆଧାର କେନ୍ଦ୍ର ଯିବାକୁ ପଡିବ । ଶିଶୁଙ୍କର ଆଧାର କାର୍ଡ ରଙ୍ଗ ନୀଳ ହୋଇଥାଏ ଏବଂ ଏହାକୁ ବାଲ ଆଧାର କାର୍ଡ ବୋଲି କୁବାଯାଏ ।

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଲା'ବାଲ୍ ଆଧାର'ପଞ୍ଜିକରଣ । ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ୍ ଶିଶୁର ପ୍ରଥମ ଅଧିକାର । ଆଧାର ପଞ୍ଜିକରଣ ପାଇଁ ମା' କିମ୍ବା ବାପା କୌଣସି ଜଣଙ୍କର ମୋବାଇଲ୍ ନମ୍ବରର ଆବଶ୍ୟକ ରହିଛି । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ୍ ଅନିବାର୍ଯ୍ୟ ନୁହେଁ । ମା'ବାପା କୌଣସି ଜଣଙ୍କ ପାଖରେ ଆଧାର ଥିବା ଜରୁରୀ । ଶିଶୁ ଜନ୍ମର ୨୧ ଦିନ ମଧ୍ୟରେ କରିପାରିବେ ପଞ୍ଜିକରଣ ଯାହା ସମ୍ପୁର୍ଣ୍ଣ ନିଃଶୁଳ୍କ । ଆଧାର ପଞ୍ଜିକରଣ ସର୍ବଦା ନିଃଶୁକ୍ଳ । ଆଧାର କାର୍ଡ ଦ୍ୱାରା ସରକାରୀ ସେବା ପାଇବା ସହଜ ହୋଇଥାଏ ।
୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ସେମାନଙ୍କ ମାତା ପିତାଙ୍କ ଆଧାର କାର୍ଡ ସହ ଲିଙ୍କ ହୋଇଥାଏ କାରଣ ଶିଶୁଙ୍କର ବୟୋମେଟ୍ରିକ୍ ରେକର୍ଡ ସମ୍ଭବ ହୋଇ ନଥାଏ । ପରେ ଶିଶୁର ବୟସ ୫ ବର୍ଷ ହେବା ପରେ ବାୟୋମେଟ୍ରିକ୍ ଡିଟେଲସକୁ ଅପଡେଟ୍ କରିବା ପାଇଁ ପଡିଥାଏ ।
ସୂଚନାଥାଉଯେ, ଶିଶୁର ଆଧାରକାର୍ଡ ତିଆରି କରିବା ପାଇଁ ମାତା-ପିତାଙ୍କ ମଧ୍ୟରୁ କାହାରି ମଧ୍ୟ ଆଧାରକାର୍ଡ ସହ ଆଧାର କେନ୍ଦ୍ର ଯିବାକୁ ପଡିବ । ଶିଶୁଙ୍କର ଆଧାର କାର୍ଡ ରଙ୍ଗ ନୀଳ ହୋଇଥାଏ ଏବଂ ଏହାକୁ ବାଲ ଆଧାର କାର୍ଡ ବୋଲି କୁହାଯାଏ ।












Click it and Unblock the Notifications