ଆଜିଠୁ ବିଏଡ୍, ଏମ୍ଏଡ୍ ନାମଲେଖା ଆବେଦନ, ଜୁନ ୧୦ ଯାଏଁ ଅନଲାଇନରେ କରିହେବ ଆବେଦନ
ଭୁବନେଶ୍ବର: ଆଜିଠୁ ବିଏଡ୍, ଏମ୍ଏଡ୍ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଜୁନ ୧୦ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୨୪ରେ ବିଏଡ୍ ଓ ୨୫ରେ ଏମଏଡ୍ ପାଇଁ ହେବ ପ୍ରବେଶିକା ପରୀକ୍ଷା। ଆବେଦନ ପାଇଁ ଆଜି ଅପରାହ୍ନ ୨ଟାରେ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ୱେବସାଇଟ (https://te.samsodisha.gov.in/)ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ ପରେ ଜୁନ ୧୮ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ପାଇଁ ଏସଏସବିକୁ ସମସ୍ତ ସିଏଫ ଫର୍ମ ପ୍ରଦାନ କରାଯିବ। ତେବେ ଜୁଲାଇ ୧୫ରେ ଏସଏସବି ୱେବସାଇଟରେ ହଲ ଟିକେଟ ଉପଲବ୍ଧ ହେବ। ଜୁଲାଇ ୧୫ରୁ ୨୨ ତାରିଖ ମଧ୍ୟରେ ଆବେଦନକାରୀମାନେ ସ୍ନାତକ ମାର୍କକୁ ଅପଡେଟ କରିବା ସହ ଶିକ୍ଷାନୁଷ୍ଠାନ ପାଇଁ ଚଏସ୍ ଲକିଂ କରିପାରିବେ।
ଏସଏସବି ପକ୍ଷରୁ ଜୁଲାଇ ୩୧ ତାରିଖ ସୁଦ୍ଧା ଓକାକକକୁ ପ୍ରବେଶିକା ପରୀକ୍ଷା ମାର୍କ ପ୍ରଦାନ କରାଯିବ। ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଚଳିିତ ବର୍ଷ ସାର୍ଟିଫିକେଟ ଆସିନାହିଁ ସେମାେନେ ବି ଆବେଦନ କରିପାରିବେ । କିନ୍ତୁ ସେମାନଙ୍କୁ ମାର୍କସିଟ୍ ଅପଲୋଡ କରିବାକୁ ପଡ଼ିବ।












Click it and Unblock the Notifications