Get Updates
Get notified of breaking news, exclusive insights, and must-see stories!

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ; ଚଳିତ ଆର୍ଥିକ ବର୍ଷ ସୁଦ୍ଧା ହେବ ଲାଗୁ

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ହେବ ଲାଗୁ। ସାରା ଦେଶରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଏହାର ସୁଯୋଗ ପାଇବେ ଲୋକେ । ସେହିପରି ସରକାରୀ ହସ୍ପିଟାଲରେ ରେଡାୟୋଗ୍ରାଫର୍ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ମିଳିତ ଭାବେ ଏମଓୟୁ ସ୍ୱାକ୍ଷର ହେବ । ଏହା ସହ ସାଢେ ୩ କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ ।

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଲୋକେ ଏହି ସବୁ ସୁବିଧା ପାଇବେ । ସେହିପରି ସରକାରୀ ହସ୍ପିଟାଲରେ ରେଡାୟୋଗ୍ରାଫର୍ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫୦ ଜଣ ରେଡିୟୋଗ୍ରଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ରେଡ଼ିଓଗ୍ରାଫି ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।

Ayushman Yojana

ଆଗାମୀ ଦିନରେ ଅଧିକ ପୋଷ୍ଟ ବାହାର କରିବାକୁ ଲକ୍ଷ ରଖିଛି ବିଭାଗ । ସର୍ଭିକାଲ କ୍ୟାନସର ସଚେନତନତା ଆଗାମୀ ଦିନରେ ବଡ଼ କାର୍ଯ୍ୟକ୍ରମ କରିବ ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ କଲେଜରେ କ୍ୟାମ୍ପ ସହ ଟୀକାକରଣ ବ୍ୟବସ୍ଥା ହେବ । ସର୍ଭିକଲ କ୍ୟାନ୍ସର କେମିତି କିଶୋରୀମାନଙ୍କ କ୍ଷେତ୍ରରେ ରୋକାଯାଇ ପାରିବ ତାକୁ ନେଇ ବ୍ୟାପକ ଟିକାକରଣ ହେବ । ଏହା ସହ ସମ୍ପୂର୍ଣ୍ଣ ଦେୟ ମୁକ୍ତ କ୍ୟାମ୍ପ ଓ ଟୀକାକରଣ କରାଯିବ । ସ୍କୁଲ ଓ କଲେଜ ଗୁଡିକରେ ଟୀକାକରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+