Ayushman Yojana: ନୂଆବର୍ଷରୁ ଲାଗୁ ହେବ ନୂଆ ଯୋଜନା; ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ
Ayushman Yojana: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଯୋଜନା । ଗୋପବନ୍ଧୁ ଜନଆରୋଗ୍ୟ ଏବଂ ଆୟୁଷ୍ମାନ ଯୋଜନା ଲାଗୁ କରିବେ ଓଡ଼ିଶା ସରକାର । ତେଣୁ ଓଡ଼ିଶା ଆସି ବୈଠକ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଟିମ୍ । ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।
ଦୁଇ ଯୋଜନାରେ ରହୁଥିବା ଦ୍ବନ୍ଦ୍ବ ଦୂର ପାଇଁ ହୋଇଛି ମାନସ ମନ୍ଥନ। ଆଉ ମନ୍ତ୍ରୀ କହିଛନ୍ତି ନୂଆ ବର୍ଷରୁ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ମିଶି ଗୋଟିଏ ଯୋଜନା ହେବ । ଆଉ ଦୁଇ ଯୋଜନା ପାଇଁ ରହିବ ଗୋଟିଏ କାର୍ଡ । ହେଲେ ଦୁଇ ଯୋଜନାର ମାପଦଣ୍ଡ ଭିନ୍ନ ।

ତେଣୁ କିପରି ଦୁଇ ଯୋଜନାକୁ ସରଳୀକରଣ କରାଯିବ ସେନେଇ ଜାରି ରହିଛି ବିଚାର ବିମର୍ଶ । ଆୟୁଷ୍ମାନ ଯୋଜନାରେ ଭିନ୍ନ ରୋଗ ପାଇଁ ଚିକିତ୍ସା ସୁବିଧା ମିଳୁଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ଭିନ୍ନ ରୋଗ ପାଇଁ ଚିକିତ୍ସା ସୁବିଧା ରହିଛି । ଦୁଇ ଯୋଜନାରେ ରୂପରେଖ ସଂପୂର୍ଣ ଭିନ୍ନ ଥିବାରୁ ଦୁଇ ଯୋଜନାର ମିଶ୍ରଣ ନେଇ ବିଚାର ବିମର୍ଶ ଜାରି ରହିଛି ।
ମୋଡାଲିଟି ପ୍ରସ୍ତୁତ ପୂର୍ବରୁ ଓଡ଼ିଶାରେ ପହଞ୍ଚି ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୩ ଜଣିଆ ଟିମ । ଦୁଇ ଯୋଜନା କିଭଳି ମିଶିବ, ଯୋଜନାର କାର୍ଡ କିଭଳି କାମ କରିବ, ଆଇଟି କ୍ଷେତ୍ରର ସହଯୋଗ ଭଳି ବିଭିନ୍ନ କ୍ଷେତ୍ରକୁ ନେଇ ବିଚାର କରି ବିମର୍ଶ ହୋଇଛି ।
ଖୁବଶୀଘ୍ର ଆଉ ଏକ ସ୍ତରୀୟ ବୈଠକ ବସି ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ । ସବୁ ପ୍ରକ୍ରିୟା ସାରି ନୂଆବର୍ଷ ଅର୍ଥାତ୍ ନୂଆ ଆର୍ଥିକ ବର୍ଷ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।












Click it and Unblock the Notifications