ମିଳିଲା ଆୟୁଷ୍ମାନ କାର୍ଡ; ଗୋଟିଏ କାର୍ଡରେ ସାରା ଦେଶରେ ମାଗଣା ଚିକିତ୍ସା
ସାରା ରାଜ୍ୟରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କଟକ ବାଲିଯାତ୍ରା ପଡିଆରେ ଶୁଭାରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ଉପକୃତ ହେବ ଓଡ଼ିଶାର ସାଢେ ୩ କୋଟି ଓଡ଼ିଆ ।
୩ଟି ଯୋଜନାର ଲୋକାର୍ପଣ:
ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଏକା ସାଙ୍ଗରେ ଲୋକାର୍ପଣ କରିଛନ୍ତି । ଏହି ଯୋଜନାର ଲାଭ ପାଇବେ ଓଡିଶାର 1.3 କୋଟି ପରିବାର ଓ ସାଢେ 3 କୋଟି ଓଡିଆ ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
ଗୋପବନ୍ଧୁ ଜନ ଆରୋଗ୍ୟ
ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା
ଆୟୁଷ୍ମାନ ଯୋଜନା ଲାଭ କଣ ?
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM JAY)ରେ ଓଡ଼ିଶାର ସାଢେ 3 କୋଟି ଲୋକ ଯୋଡି ହୋଇଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ଏହି ଯୋଜନା ମାଧ୍ୟମରେ ଦେଶର 29 ହଜାର ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ।
ସେହିପରି ଯେଉଁମାନଙ୍କ ବୟସ ୭୦ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ଏଥିରେ ୭୦ ବର୍ଷରୁ ଊର୍ଦ୍ଧ୍ବ ଯେଉଁମାନେ ସେମାନଙ୍କୁ ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩ ଲକ୍ଷ 1୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇ ସାମିଲ ଥିବାରୁ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ସାମିଲ କରାଯାଇଛି । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଥିସହ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ ।
ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ:
ପୂର୍ବରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ରାଜ୍ୟ ବାହାରେ ରହୁଥିଲେ ବି ଚିକିତ୍ସାରେ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ । ୨୯ ହଜାର ହସ୍ପିଟାଲରେ ଦେୟ ମୁକ୍ତ ଚିକିତ୍ସା କରାଇ ପାରିବେ ।












Click it and Unblock the Notifications