ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆୟୁଷ୍ମାନ ଭାରତ ଯୋଜନା ଆଜିଠୁ ୨୯ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଓଡ଼ିଶାରେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନା ସମେତ ଜଟଣୀରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲକୁ ଉଦ୍ଘାଟନ କରିବେ।
ଏହି ବୃହତ୍ ହସ୍ପିଟାଲ ୨୧ ଏକର ଜମିରେ ନିର୍ମାଣ ହୋଇଛି। ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ୍, ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ସମେତ ଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା, ତେଣୁ ତାର ମୋଡାଲିଟି ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ପାର୍ଟ ୧ ଓ ୨ ଓଡ଼ିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ। ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ।
ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ। ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ। ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା। ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ।












Click it and Unblock the Notifications