ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: ଜାଣନ୍ତୁ କେମିତି ପାଇବେ ସ୍ବାସ୍ଥ୍ୟକାର୍ଡ ?

ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଯୋଜନା ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ । ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ଏହାର ଶୁଭାରମ୍ଭ କରିବେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ ।

ତେବେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କିଭଳି କାର୍ଯ୍ୟକାରୀ କରାଯିବ । ଏହି କାର୍ଡ ମାଧ୍ୟମରେ କେଉଁ ମାନେ ବିଶେଷ ଭାବରେ ଉପକୃତ ହେବା ସହିତ କାର୍ଡ ବ୍ୟବହାରର ପ୍ରଣାଳୀ କଣ ରହିଛି ଚାଲନ୍ତୁ ଜାଣିବା ।

୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ବୟୋ ବନ୍ଦନା କାର୍ଡ:

୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ । ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନା କାର୍ଡ । ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ । ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ।

ବୟୋ ବନ୍ଦନା ଯୋଜନାରେ ୫ଲକ୍ଷ ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା:

ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯ ହଜାର ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହେବ । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । କେବଳ ପଶ୍ଚିମବଙ୍ଗରେ ଏହି ଯୋଜନା ଲାଗୁ ହେବାରେ ବିଳମ୍ବ ହୋଇପାରେ ।

Ayushman Bharat Yojana in Odisha

ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ପାଇଁ କିପରି ପଞ୍ଜିକରଣ କରିବେ ?
ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ବିଶେଷ ଭାବରେ ପଞ୍ଜିକରଣ କରାଯାଇଛି।

ପଦ୍ଧତି-୧
ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ
ଗାଁ କୁ ଗାଁ ବୁଲି କାର୍ଡ଼ ପ୍ରସ୍ତୁତିରେ ହିତାଧିକାରୀମାନଙ୍କୁ ସହାୟତା କରିବ।

ପଦ୍ଧତି-୨
ହିତାଧିକାରୀମାନେ http://beneficiary.nha.gov.in କିମ୍ବା ଆୟୁଷ୍ମାନ ଆପ୍‌ରେ ଲଗଇନ୍ କରି ନିଜର ଇ-କେ.ୱାଇ.ସି କରିବେ ।

ପଦ୍ଧତି-୩
ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର)କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ

ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ସେମାନେ କଣ କରିବେ ?

ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ବା ପୁରୁଣା କାର୍ଡ ରହିଛି ସେମାନେ ବିଶେଷ ଭାବରେ ସେମାନେ ଏକ ପ୍ରକାରର ଦ୍ଵନ୍ଦ୍ବରେ ରହିଥିବେ। ତେବେ ରାଜ୍ୟ ସରାକର ଏନେଇ ଯେଉଁ ଲୋକଙ୍କ ପାଖରେ ନୂଆ କାର୍ଡ ନାହି ସେମାନଙ୍କ ଆଧାର କାର୍ଡ ମାଧ୍ୟମରେ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+