ଏପ୍ରିଲ ୧୧ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ
Ayushman Bharat: ଏପ୍ରିଲ ୧୧ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବ । ଯେଉଁଥି ପାଇଁ ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେ ପି ନଡ୍ଡା ଏବଂ ୧୧ ତାରିଖରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବା ନେଇ ସୂଚନା ରହିଛି ।

ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପ୍ରିଲ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବା ବୋଲି ଘୋଷଣା କରିଥିଲେ । ଏହି ଯୋଜନା ଅଧିନରେ ୭୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କର ଚିକିତ୍ସା ପାଇଁ ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା ରଖାଯାଇଛି । ମୋଟ୍ ୩.୫୨ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।












Click it and Unblock the Notifications