ରାଜ୍ୟରେ ଫେବ୍ରୁଆରୀରୁ ଲାଗୁ ହେବ 'ଆୟୁଷ୍ମାନ ଭାରତ'ଯୋଜନା, ଆସନ୍ତା ସପ୍ତାହରେ ହେବ ଏମଓୟୁ

Ayushman Bharat: ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପାଇଁ ଯାଉଛି । ତେବେ ଆସନ୍ତା ମାସ ଅର୍ଥାତ୍ ଫେବ୍ରୁଆରୀ ମାସରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଯେଉଁଥିପାଇଁ ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହେବା ନେଇ ସୂଚନା ରହିଛି ।

ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ନେଇ ସୂଚନା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ଉପସ୍ଥିତ ରହିବେ ।

Ayushman Bharat

ପୁରୁଣା କାର୍ଡତୁ ହଟାଇ ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବ ନୂଆ ସ୍ୱାସ୍ଥ୍ୟ କାର୍ଡ । ଗୋଟିଏ କାର୍ଡରେ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ରହିବ । ତେବେ ପ୍ରାୟ ସାଢେ ୩ କୋଟି ଲୋକ ଏବଂ ଏକ କୋଟି ପରିବାର ଏହି କାର୍ଡରେ ଲାଭ ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+