ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
Ayushman Bharat: ଏପ୍ରିଲ ପହିଲାରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ଏହାସହ ଲାଗୁ ହେବ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା । ଉପକୃତ ହେବେ ୬୭ ଲକ୍ଷ ୮୦ ହଜାର ପରିବାରର ୩ ଗୋଟି ୫୨ ଲକ୍ଷ ଲୋକ । ଆୟୁଷ୍ମାନ ବୟାବନ୍ଦନା ଯୋଜନାର ମଧ୍ୟ ହେବ ଶୁଭାରମ୍ଭ । ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ପାଇବେ ଚିକିତ୍ସା ସୁବିଧା । ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା ମୋଟ୍ ୩.୫୨କୋଟି ଲୋକ ଉପକୃତ ହେବେ ।
ସୂଚନା ଅନୁସାରେ, ଏପ୍ରିଲ ପହିଲା ଦିନ ସାରା ଦିନ ଏହି ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ ହେବ । ବୁଧବାର ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଦିଆଯିବ ।ସେହିପରି ବୟୋବନ୍ଦନା ଯୋଜନାରେ ହିତାଧିକାରୀଙ୍କୁ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ଦିଆଯିବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବା ନେଇ ସୂଚନା ରହିଛି । ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଚିକିତ୍ସା ପାଇଁ ପ୍ରଦାନ କରାଯିବ । ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ୧୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିବା ନେଇ ସୂଚନା ରହିଛି ।












Click it and Unblock the Notifications