ରାଜ୍ୟରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା; କିନ୍ତୁ ଏମାନଙ୍କୁ ମିଳିବନି ଫାଇଦା !
ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ, ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏହା ସଂଯୋଜିତ ହୋଇଛି। ତେବେ ଏହି କାର୍ଡକୁ କିପରି ଅବେଦନ କରିବେ ଆସନ୍ତୁ ଜାଣିବା...

ଆୟୁଷ୍ମାନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା:
ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ଏଥିରେ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାରର ସଦସ୍ୟଙ୍କ ବିବରଣୀ,।
କେମିତି କରିବେ ଅନଲାଇନ ଆବେଦନ:
ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାରର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ, ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ।
ୟୁଷ୍ମାନ ଭାରତ ଯୋଜନାରେ କେଉଁମାନେ ଲାଭ ପାଇବେ ନାହିଁ:
-ଯେଉଁ ପରିବାର ପକ୍କା ଘରେ ରହୁଛନ୍ତି ଏବଂ ମାସିକ ଆୟ ୧୦,୦୦୦ ଟଙ୍କାରୁ ଅଧିକ ଅଟେ।
-ଯେଉଁମାନେ ସରକାରୀ ଚାକିରି କରୁଛନ୍ତି କିମ୍ବା ଆୟକର ଦେଉଛନ୍ତି।
-ଯେଉଁ ପରିବାର ମୋଟର ଗାଡ଼ି, ରେଫ୍ରିଜରେଟର କିମ୍ବା କୃଷି ଯନ୍ତ୍ରପାତି ନିଜ ନାମରେ ରଖିଛନ୍ତି।
-ଗାଁରେ, ଯେଉଁମାନେ SECC 2011 ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ନାହାନ୍ତି। ସହରାଞ୍ଚଳରେ, ଯେଉଁମାନେ ପେଷାଗତ କାମ କରୁଛନ୍ତି ଯଥା ଡାକ୍ତର, ଓକିଲ କିମ୍ବା ବ୍ୟବସାୟୀ ସେମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ ନାହିଁ।












Click it and Unblock the Notifications