ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ, ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ
Ayushman Bharat: ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ଉପସ୍ଥିତ ରହିବେ । କଟକ ପରେ ୧୨ଟି ଜିଲ୍ଲାରେ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିବେ ମନ୍ତ୍ରୀ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଆରମ୍ଭ ହେବ ।
ଆୟୁଷ୍ମାନ ଭାରତରେ ଦେଶର ୨୯୦୦୦ ଟି ଡାକ୍ତରଖାନାରେ ହିତାଧିକାରୀ ଚିକିତ୍ସା କରିବାର ସୁବିଧା ପାଇବେ । ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ଗୋଟିଏ ଗୋଟିଏ କାର୍ଡ ମିଳିବ । ବର୍ତ୍ତମାନ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଦଳରେ ଆୟୁଷ୍ମାନ କାର୍ଡ ଲାଗୁ ହେବ ।

ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋରୀଙ୍କୁ ଚିକିତ୍ସା ପାଇଁ କ୍ୟାସଲେସ୍ ସୁବିଧା ମିଳିବ । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏବଂ ଗୋଟିଏ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ ।
କେମିତି ପାଇବେ କାର୍ଡ ସୁବିଧା
ଆୟୁଷ୍ମାନ କାର୍ଡ ପାଇଁ E-KYC ବାଧ୍ୟତାମୂଳକ
୨୯୦୦୦ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଦେୟମୁକ୍ତ ଚିକିତ୍ସା
ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା
ସେହିପରି ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସୁବିଧା ମିଳିବ ।
୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୟୋବନ୍ଦନା ଯୋଜନାରେ ସାମିଲକରାଯିବ ।
ଓଡ଼ିଶା ବାହାରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।
ସେହିପରି ଘର ଘର ବୁଲି ଆଶାକର୍ମୀ କାର୍ଡ ପ୍ରଦାନ କରିବେ । ପରିବାର ସମସ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କାର୍ଡ ମିଳିବ । ଯେଉଁମାନଙ୍କ ନାଁ ପୂର୍ବ ସ୍ୱାସ୍ଥ୍ୟବୀମାରେ ସାମିଲ ଥିବ ସେମାନଙ୍କୁ ଏହି କାର୍ଡ ମିଳିବ । ରାସନ କାର୍ଡରେ ଯେଉଁମାନଙ୍କ ନାଁ ସାମିଲ ଥିବ ସେମାନଙ୍କୁ ମଧ୍ୟ କାର୍ଡ ମିଳିବ ।












Click it and Unblock the Notifications