ଦୁଇ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା: ମୁଖ୍ୟମନ୍ତ୍ରୀ

ଦୁଇ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା । ସତ୍ୟଭାମାପୁର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା । ୨୯ ହଜାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Ayushman Bharat

ୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଏହି ଯୋଜନା ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବ ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିଲେ। ସେତେବେଳେ ମାତ୍ର ୯୦୦ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁଥିଲା ହେଲେ ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(‌‌ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଲୋକେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଆଜି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା ସତ୍ୟଭାମାପୁରରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ଆଲୋଚନା ହେଉଛି।ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(‌‌ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହୋଇଛି। ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜି‌ଜେଏୱାଇ ଓ ଆୟୁଷ୍ମାନ ଭାରତ ସଫ୍‌ଟୱେର୍‌ ଇଣ୍ଟିଗ୍ରେସନ୍ ପାଇଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା ସରକାର କହିଥିଲେ। ପରେ ଏପ୍ରିଲ ପହିଲାରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଏହାର ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୩୫ଜଣ ଅଧିକାରୀଙ୍କୁ ନୋଡାଲ୍‌ ଅଧିକାରୀଭାବେ ବିଭିନ୍ନ ଜିଲ୍ଲାରେ ଏହାର ତଦାରଖ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା। ସେମାନେ ବିଭିନ୍ନ ଜିଲ୍ଲା ଗସ୍ତ ଯୋଜନା ପ୍ରସ୍ତୁତିର ତଦାରଖ କରି ରିପୋର୍ଟ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+