ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଇନ୍ସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡ଼ରେ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ଼ ଚିକିତ୍ସା
ଭୁବନେଶ୍ୱର: ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି।
ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏବେ ରାଜ୍ୟରେ ଏବେ ପ୍ରାୟ ୧୧ଶହ ଥିବା ବେଳେ ଆଗାମୀ ପାଂଚ ବର୍ଷରେ ଏହାକୁ ଦ୍ୱିଗୁଣିତ କରାଯିବ। ଏହାଛଡା ଆଗାମୀ ଦିନରେ ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ଅନ୍ୟପଟେ ଇନ୍ସ୍ୟୁରାନ୍ସ ନୁଁହେ ଆସ୍ୟୁରାନ୍ସ ମୋଡ଼ରେ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ଼ ଚିକିତ୍ସା । ରାଜ୍ୟରେ ଏକାଥରେ ୩ କୋଟି ଲୋକଙ୍କୁ କାର୍ଡ଼ ଦେବେ ସରକାର । ମିଶନ ମୋଡ୍ରେ ଆମେ ହେଲ୍ଥ କେୟାର ସିଷ୍ଟମକୁ ଆଗକୁ ନେବାକୁ ଚାହୁଁଚୁ । ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଖର୍ଚ୍ଚ ଆରମ୍ଭ ହୋଇଯାଇଛି କେବଳ କାର୍ଡ଼ ଆଗକୁ ଦିଆଯିବ ।
ଗତ କାର୍ଡ଼ରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିଲା ମାତ୍ର ଏବେ ପୁରା ଭାରତ ବର୍ଷରେ ୨୭ ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଇନ୍ସ୍ୟୁରାନ୍ସ ନୁଁହେ ଆସ୍ୟୁରାନ୍ସ ମୋଡ଼ରେ ଆମେ ଦେବୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।












Click it and Unblock the Notifications