ଆୟୁଷ ଛାତ୍ରସଂଘର ଆନ୍ଦୋଳନ ଜାରି: ନିଯୁକ୍ତି ଅପେକ୍ଷାରେ ଛାତ୍ରଛାତ୍ରୀ, ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ
ଆୟୁଷ ଛାତ୍ରସଂଘର ଅଭିନବ ପ୍ରତିବାଦ । ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ ଜାରି ରହିଛି । ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ସଂଘ । ମୁଣ୍ଡିଆ ମାରି ଛାତ୍ରଛାତ୍ରୀମାନେ ଅଭିନବ ପ୍ରତିବାଦ କରିଛନ୍ତି । ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡି ସେମାନେ ପ୍ରତିବାଦ କରିଛନ୍ତି ।
ଗତ ଅଗଷ୍ଟ ମାସ ୩୧ ତାରିଖରୁ ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ । ଏହା ସହ ରୋଗୀ ସେବା ମଧ୍ୟ ନିରନ୍ତର ଭାବେ ଜାରି ରଖିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଦାବି ପୂରଣ ନକରିବାରୁ ରାଜରାସ୍ତାକୁ ଓହ୍ଲାଇଛି ଆୟୁଷ ଛାତ୍ରସଂଘ ।
ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଆୟୁଷ ଡାକ୍ତର ପଦବୀ ବାହାର କରିବାକୁ ସେମାନେ ଦାବି କରିଛନ୍ତି । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।

ଲୋୟର ପିଏମ୍ଜିରେ ଆୟୁଷ ଡାକ୍ତରଙ୍କ ଗର୍ଜନ । ବ୍ୟାରିକେଡ୍ ଭାଙ୍ଗିବା ସହ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି । ବିଧାନସଭା ସମ୍ମୁଖକୁ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି । ବିଭିନ୍ନ ଦାବି ନେଇ ଦୀର୍ଘ ଦିନ ଧରି ଆୟୁଷ ଡାକ୍ତର ଆନ୍ଦୋଳନ କରୁଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁସାରେ ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରି ନାହିଁ । ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ । ତେଣୁ ଆଜି ବିଧାନସଭାରେ ଗର୍ଜିଛନ୍ତି ବିରୋଧୀ ।












Click it and Unblock the Notifications