For Quick Alerts
Turn On Notification  
For Daily Alerts
Oneindia App Download

ଏଣିକି ଖୋଲିବ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ

ମହାମାରୀ କରୋନା ପାଇଁ ବନ୍ଦ ଥିବା ମେଡିକାଲ କଲେଜରେ ପୁଣି ପାଠପଢ଼ା ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

|

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବନ୍ଦ ଥିବା ମେଡିକାଲ କଲେଜରେ ପୁଣି ପାଠପଢ଼ା ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜିଠୁ ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ବନ୍ଦ ରହିଥିଲା । ତେବେ ସ୍ଥିତିକୁ ନଜରରେ ରଖି ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ଓଡ଼ିଶା ସରକାର

ତେବେ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ସହ କୋଭିଡ ଗାଇଡଲାଇନକୁ ମାତ୍ରାଧିକ ଗୁରୁତ୍ବ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।

ରାଜ୍ୟରେ ୫ଗୋଟି ଆୟୁର୍ବେଦିକ ମେଡିକାଲ କଲେଜ୍ ରହିଥିବା ବେଳେ ୬ ଗୋଟି ହୋମିଓପାଥିକ ମେଡିକାଲ କଲେଜ ରହିଛି । କୋଭିଡ୍ ଗାଇଡଲାଇନ୍ ମାନି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ଲାଗି କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ayurvedic and Homeopathic Medical College will Reopen Odisha Government Ordered
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X