ଓଡିଶା ସଚିବାଳୟ ସେବା ସଂଘ ପକ୍ଷରୁ ଉଦଘାଟନ ହେଲା 'ଅଭ୍ୟାନ୍ନ'
ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ 'ଅଭ୍ୟାନ୍ନ' ଉଦଘାଟିତ ହୋଇ ଯାଇଛି ।

ଭୁବନେଶ୍ୱର: ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ 'ଅଭ୍ୟାନ୍ନ' ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଶୁଭା ଶର୍ମା, ରୂପା ରୋଶନ ସାହୁ ଯୋଗ ଦେଇଥିଲେ । ଆଗନ୍ତୁକ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରାଯାଇ ଜୀବନ୍ତ ପୋଟ୍ରେଟ ଚିତ୍ର ପ୍ରଦାନ କରାଯାଇ ଅଭିବାଦନ କରା ଯାଇଥିଲା । ସଚିବାଳୟର କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରେରଣାଦାୟୀ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା । ସଂଘର ସଭାପତି ଅଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କୁ ନେଇ ହୋଇଥିବା ବିଭିନ୍ନ ଚିତ୍ତୋବିନୋଦନ କାର୍ଯ୍ୟକ୍ରମ/ପ୍ରତିଯୋଗିତାର କୃତୀ କର୍ମଚାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସଭା ପରିଚାଳନା କରି ନାରୀ ସମାଜକୁ ସୁଦୃଢ ଦର୍ଶାଇ ସଭା ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।












Click it and Unblock the Notifications