ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ, ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ୍

ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ନିଯୁକ୍ତି ମେଳାରେ ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଜଳ ସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

cm

ଏହି ଅବସରରେ ନବ ନିଯୁକ୍ତଙ୍କୁ ତିନି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି । ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରନ୍ତୁ ।

• ଚାକିରିରେ ନିଯୁକ୍ତ ହେବା ପରେ ଜଣେ ଜନସେବକ ହିସାବରେ କାମ କରିବା ।

• ଅଧିକାରୀ ମାନେ ସରକାରଙ୍କ ତୃଣମୂଳ ସ୍ତରର ଚେହେରା । ତେଣୁ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରନ୍ତୁ । ସରକାରୀ କାମ କରିବା ସମୟରେ ରାଜନୈତିକ ଦୃଷ୍ଟିଭଙ୍ଗୀ ଯେମିତି ବାଧକ ସାଜିବ ନାହିଁ । ଯଦି ଏଥିପାଇଁ ସରକାରୀ କାମରେ କୌଣସି ବାଧକ ଆସେ ତେବେ ସରକାର କେବେ ବି ବରଦସ୍ତ କରିବେ ନାହିଁ ।

• ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ । ଦୁର୍ନୀତିଖୋର ଅଧିକାରୀଙ୍କ ପାଖରେ ସରକାର କେବେ ବି ଛିଡା ହେବେ ନାହିଁ । ଯିଏ ବି ଲାଞ୍ଚ ଓ ଦୁର୍ନୀତି କରିଛନ୍ତି ସେମାନେ ଜେଲ୍ ଯାଇଛନ୍ତି, ସେଥିରେ ନୋ କମ୍ପ୍ରୋମାଇଜ୍ । ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଦଣ୍ଡ ବିଧାନ ହାର ବଢ଼ିଛି । ଭଲ ମଣିଷ ହେବା ପାଇଁ ହେଲେ ବଡ ଚ୍ୟାଲେଞ୍ଜ ଅଛି । ସେହି ଚ୍ୟାଲେଞ୍ଜକୁ ପାର୍ ହେବାକୁ ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+