ଘାଟିରେ ଓଲଟିଲା ଅଟୋ; ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଗୁରୁତର
ଦିଗପହଣ୍ଡି: ଘାଟିରେ ଓଲଟିଲା ଅଟୋ । ୨୦ରୁ ଊର୍ଦ୍ଧ୍ବ ଆହତ ବାଙ୍କେଶ୍ବରୀ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ। ସମସ୍ତ ଆହତ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲ୍ ପହଞ୍ଚିଛନ୍ତି । ତେବେ ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ଅପରାହ୍ଣରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି । ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ହେଲେ ଫେରିଲା ବେଳେ ଘାଟି ରାସ୍ତାରେ ଓଲଟିଲା ଡାଲା ଅଟୋ। ଯାହାଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।

ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ଘାଟି ରାସ୍ତାରେ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି।












Click it and Unblock the Notifications