ସାମ୍ସ ପୋର୍ଟାଲରେ ଅପ୍ଡେଟ୍ ହେଉନି ଉପସ୍ଥାନ
ରାଜ୍ୟର ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିୟମିତ ଭାବେ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପସ୍ଥାନ ଅପ୍ଡେଟ୍ କରୁନାହାନ୍ତି। ଇ-ସ୍ପେସ୍ ଲଗ୍ଇନ୍ ଜରିଆରେ ସାମ୍ସ ପୋର୍ଟାଲରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଉପସ୍ଥାନ ଅପ୍ଡେଟ୍ କରୁନଥିବା ଜଣାପଡ଼ିଛି। ଶୈକ୍ଷିକ କାର୍ଯ୍ୟର ତଦାରଖ, ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଏବଂ ସଠିକ୍ ଏମ୍ଆଇଏସ୍ ରିପୋର୍ଟ ସୃଷ୍ଟି ପାଇଁ ଦୈନିକ ଉପସ୍ଥାନ ଅପଡେଟ୍ କରିବା ବାଧ୍ୟତାମୂଳକ। ହେଲେ ଏହାକୁ ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁରୁତ୍ବ ଦେଉନାହାନ୍ତି। ଉପସ୍ଥାନ ଅପ୍ଡେଟ୍ ନହେବା ଦ୍ବାରା ରାଜ୍ୟସ୍ତରରେ ତଦାରଖ, ରିପୋର୍ଟିଂ ଏବଂ ନୀତି ନିର୍ଦ୍ଧାରଣରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।













Click it and Unblock the Notifications