ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ; କାବୁ କଲା ପୋଲିସ
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି ଏଭଳି ଉଦ୍ୟମ କରିଛନ୍ତି, ତାଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ

ଏହା ପୂର୍ବରୁ, ଅନ୍ୟ ଏକ ଖଣ୍ଡପୀଠ ଦିଲ୍ଲୀ-ଏନସିଆରକୁ "ବୁଲା କୁକୁରମୁକ୍ତ" କରିବା ଲକ୍ଷ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୧ ତାରିଖରେ ଦେଇଥିବା ଏହି ଆଦେଶରେ କୁକୁର କାମୁଡ଼ା ଓ ଜଳାତଙ୍କ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଅତିକମରେ ୫,୦୦୦ କୁକୁର ରଖିବା କ୍ଷମତା ବିଶିଷ୍ଟ ନୂତନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସାରା ଦେଶରେ ୩୭ ଲକ୍ଷରୁ ଅଧିକ କୁକୁର କାମୁଡ଼ା ଓ ୫୪ଟି ସନ୍ଦିଗ୍ଧ ଜଳାତଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।
ଅଗଷ୍ଟ ୧୧ର ଏହି ନିର୍ଦ୍ଦେଶ ପରେ ପଶୁପ୍ରେମୀ, ସାମାଜିକ କାର୍ଯ୍ୟକର୍ତ୍ତା ଓ ସେଲିବ୍ରିଟିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଏମାନେ ଯୁକ୍ତି ବାଢ଼ିଥିଲେ ଯେ ବୁଲା କୁକୁରଙ୍କୁ ବହୁ ସଂଖ୍ୟାରେ ସ୍ଥାନାନ୍ତର କରିବା କେବଳ ଖର୍ଚ୍ଚବହୁଳ ଓ ପୌର ସଂସ୍ଥାମାନଙ୍କ ବଜେଟ୍ ଉପରେ ଚାପ ପକାଇବ ତା ନୁହେଁ, ବରଂ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ଅପ୍ରଭାବୀ ସାବ୍ୟସ୍ତ ହେବ । ଏତେ ବଡ଼ ଧରଣର କାର୍ଯ୍ୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବକୁ ମଧ୍ୟ ସେମାନେ ଦର୍ଶାଇଥିଲେ ।
ଏହି ବିରୋଧକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ବି.ଆର. ଗଭାଇ ଏହି ମାମଲାର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନୂତନ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । ଶେଷରେ, ଜନସାଧାରଣଙ୍କ ସୁରକ୍ଷା ଓ ପଶୁ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଲକ୍ଷ୍ୟ ରଖି ଅଦାଲତ ଏହି ସଂଶୋଧିତ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications