ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ; ବବି ଭାଇ ଜିନ୍ଦାବାଦ୍ କହି ଆକ୍ରମଣ କରିଥିଲେ କହିଲେ ଲିକୁ
ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ। ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ । ବବିଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କଲେ ହିମାଂଶୁ। ଯାଜପୁର ବୁଢ଼ାପୋଲ ନିକଟରେ ଆକ୍ରମଣ ଅଭିଯୋଗ। ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ।
ଆକ୍ରମଣ ନେଇ ସିଧା ଅଭିଯୋଗ କଲେ ବିଧାୟକ। ପୋଲିସ ଆଗରେ ଅଭିଯୋଗ କଲେ ବିଧାୟକ ହିମାଂଶୁ ସାହୁ । ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲି, ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ ବୋଲି କହିଲେ ହିମାଂଶୁ । ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ।

ସେମାନେ ମୋ ଗାଡ଼ିକୁ ରଡ୍, ଠେଙ୍ଗାରେ ପିଟିଥିଲେ, ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ ବୋଲି କହିଲେ ଲିକୁ ସାହୁ। ବବି ଭାଇ ଜିନ୍ଦାବାଦ୍ କହି ମୋତେ ଆକ୍ରମଣ କରିଥିଲେ କହିଲେ ଲୀକୁ ।












Click it and Unblock the Notifications