ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ: ୧୦ ଅଭିଯୁକ୍ତ ଗିରଫ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ଯାଜପୁର ପୁଲିସ ଆଜି ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନଙ୍କର ଦାନଗଦି ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେମାନଙ୍କୁ ଯାଜପୁର SDJM କୋର୍ଟରେ ହାଜର କରାଇଛି। କୋର୍ଟ ସେମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିପାଇଁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Attack on dharamahala mla
ଅନ୍ୟପଟରେ ଗତକାଲି ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ଦୃଢ଼ ନିନ୍ଦା କରିଛନ୍ତି। ଶ୍ରୀ ସାହୁ କହିଛନ୍ତି, ମୂଖ୍ୟମନ୍ତ୍ରୀ ଓ ଉପମୂଖ୍ୟମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଏ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ସମସ୍ତ ଆସାମୀଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ବୁଢାଘାଟଠାରେ ବିଧାୟକ ହିମାଂଶୁ ସାହୁ ଗାଡିରେ ଯାଉଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ବିଜେଡି ନେତା ବବି ଦାସଙ୍କ ଲୋକ ଗାଡିକୁ ଭଙ୍ଗାରୁଜା କରିଥିଲେ ବୋଲି ଧର୍ମଶାଳା ବିଧାୟକ ସିଧାସଳଖ ଅଭିଯୋଗ କରିଥିଲେ। ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତ ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ପୁଲିସ୍‌ ୩ଟି ଟିମ୍ ଗଠନ କରିଛି। କୌଣସି ଉତ୍ତେଜନାମୂଳକ ସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନାଆଗରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତିରେ ଯାଜପୁରରେ ଏଡିଜି ଲ' ଆଣ୍ଡ ଅର୍ଡର ସଞ୍ଜୟ କୁମାର ପହଞ୍ଚିଛନ୍ତି। ଯାଜପୁର ସଦର ଥାନା ଓ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ପୁଲିସର କଡ଼ା ନଜର ରହିଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+