ଭୋଟ୍ ଦେଉଛି ଅତାବିରା-ହିନ୍ଦୋଳ

ବରଗଡ଼: ଭୋଟ୍ ଦେଉଛି ଅତାବିରା-ହିନ୍ଦୋଳ । ଏନ୍ଏସି ପାଇଁ ଚାଲିଛି ଭୋଟିଂ । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ଭୋଟ୍ ଦେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି । ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ମତଦାନ କରୁଛନ୍ତି ଲୋକେ । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ।
ଅତାବିରାର ୧୨ଟି ୱାର୍ଡ, ହିନ୍ଦୋଳର ୧୬ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି । ଅତାବିରା ବାଳିକା ବିଦ୍ୟାଳୟ ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି । ଅଧ୍ୟକ୍ଷ ପଦ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ହେଉଛି କଡ଼ା ଟକ୍କର ।
ସୂଚନା ଅନୁସାରେ, ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡ ପାଇଁ ୫୦ ଜଣ କାଉସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ୯ହଜାର ୮ଶହ ୬୩ ଭୋଟର । ଶାନ୍ତି ଶୃଙ୍ଖଳାର ସହ ଅବାଧ ଏବଂ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications