ଏପ୍ରିଲ ୩ରେ ଅତାବିରା ଓ ହିନ୍ଦୋଳ NAC ନିର୍ବାଚନ
ଏପ୍ରିଲ ୩ରେ ଢେଙ୍କାନାଳ ଜିଲାର ହିନ୍ଦୋଳ ଓ ବରଗଡ଼ ଜିଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ରେ ନିର୍ବାଚନ ହେବ । ରାଜ୍ୟର ଏହି ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।

ଭୁବନେଶ୍ବର: ଏପ୍ରିଲ ୩ରେ ଢେଙ୍କାନାଳ ଜିଲାର ହିନ୍ଦୋଳ ଓ ବରଗଡ଼ ଜିଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ରେ ନିର୍ବାଚନ ହେବ । ରାଜ୍ୟର ଏହି ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ମାର୍ଚ୍ଚ ୩ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପରେ ୯ ମାର୍ଚ୍ଚରୁ ୧୫ ମାର୍ଚ୍ଚ ନାମାଙ୍କନ କରାଯିବ । ୧୭ ମାର୍ଚ୍ଚରେ ଯାଞ୍ଚ ପ୍ରାର୍ଥୀପତ୍ର ଓ ୨୦ ମାର୍ଚ୍ଚରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମାର୍ଚ୍ଚ ୩ ତାରିଖରେ ଏହି ଦୁଇଟି ଏନଏସି ନିର୍ବାଚନ୍ ପାଇଁ ଭୋଟ୍ ପଡିବା ସହିତ ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଦୁଇଟି ଯାକ ଏନଏସିରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଆସନ୍ତା ଏପ୍ରିଲ ୧୨ ତାରିଖରେ ଦୁଇ ଏନଏସିର କାର୍ଯ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ଏହି ଦୁଇ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।
କେନ୍ଦ୍ରର ଭୋଟର ତାଲିକା ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି। ୨ ଟି NAC ରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ। ଇଭିଏମ୍ ରେ ପାର୍ଥ ମାନଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଉଛି। କାଉନସିଲର ମାନେ ୫୦ ହଜାର। ଚେୟାର ପର୍ସନ ୨ ଲକ୍ଷ ଖର୍ଚ୍ଚ କରି ପାରିବେ। ନିର୍ବାଚନରେ ଭାଗ ନେବାକୁ ହେଲେ ଜଣେ ପ୍ରାର୍ଥୀ ୨ ଟି ସତ୍ୟପାଠ ଦେବେ । ପ୍ରଥମ ଟି ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକାପ ଓ ସମ୍ପତି ତାଲିକା ଓ ଅନ୍ୟଟି ଜୀବନ ସାଥୀ ଜୀବିତ ଓ ଦୁଇରୁ ଅଧିକ ପିଲା ନଥିବା ସତ୍ୟପାଠରେ ସ୍ପଷ୍ଟ କରିବାକୁ ପଡିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications