ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ ଚେକିଂ କରୁଛି ‘ଆତ୍ମା’

ପାରାଦୀପ ଫସପେଟ୍‌ ଲିମିଟେଡ୍‌ ପକ୍ଷରୁ ଏହି ‘ଆତ୍ମା’ (AUTOMATED TICKET CHEAKING AND MANAGING AXIS SYSTEM) ମେସିନ ଲାଗିଛି।

ଭୁବନେଶ୍ୱର: ରାଜଧାନୀ ରେଳ ଷ୍ଟେସନକୁ ଆସିଲା 'ଆତ୍ମା' । ଷ୍ଟେସନରେ ଏଣିକି ଟିକେଟ ଚେକିଂ ଏହି 'ଆତ୍ମା' । ତେବେ ଆପଣ ଭୟବିତ ହୁଅନ୍ତୁ ନାହିଁ, 'ଆତ୍ମା' ଏକ ମେସିନ । ଯାହା ଟିକେଟ ଚେକ୍ ପାଇଁ ବ୍ୟବହୃତ ହୁଏ । ପାରାଦୀପ ଫସପେଟ୍‌ ଲିମିଟେଡ୍‌ ପକ୍ଷରୁ ଏହି 'ଆତ୍ମା' (AUTOMATED TICKET CHEAKING AND MANAGING AXIS SYSTEM) ମେସିନ ଲାଗିଛି।

Bhubaneswar railway station

ତେବେ କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ ।

Bhubaneswar railway station

ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+