ଅତାବିରା ଏନଏସି ନିର୍ବାଚନ: ବିଜେଡିର ମାଜିମାତ୍, ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ
ବରଗଡ଼: ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଲା ବିଜେଡି । ୧୨ ୱାର୍ଡରୁ ୧୧ଟିରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି । ସେହିପରି ହିନ୍ଦୋଳରେ ମଧ୍ୟ ଆଗରେ ରହିଛି ବିଜେଡି । ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା କଂଗ୍ରେସ ପ୍ରାର୍ଥୀ ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ଅନ୍ତରରେ ବିଜୟୀ ହୋଇଛନ୍ତି ।
ସୂଚନା ଅନୁସାରେ, ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଅତାବିରାରେ ୭୪ ପ୍ରତିଶତ ମତଦାନ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ ଏବଂ ମୋଟ୍ ୩୯ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଥିଲା । ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ଏବଂ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି ।

ସେହିପରି ହିନ୍ଦୋଳର ୧୬ଟି ୱାର୍ଡ ପାଇଁ ମତଦାନ ହୋଇଥିଲା । ୫୦ ଜଣ କାଉନସିଲର ଓ ୩ ଜଣ ପ୍ରାର୍ଥୀ ମୈଇଦାନରେ ଓଲ୍ଲାଇଥିଲେ ସେହିପରି ୫ ହଜାର ୮୬୩ ଲୋକ ମତଦାନ କରିଥିବା ନେଇ ସୂଚନା ରହିଥିଲା । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।












Click it and Unblock the Notifications