ଆସନ୍ତା କାଲି ଅଁଳା ନବମୀ: ରାଧା ପାଦ ଦର୍ଶନ ପାଇଁ ଅନୁମତି, ଛୁଇଁବା ମନା

ଆସନ୍ତା କାଲି ଅଁଳା ନବମୀ: ରାଧା ପାଦ ଦର୍ଶନ ପାଇଁ ଅନୁମତି, ଛୁଇଁବା ମନା

ପୁରୀ: ଆସନ୍ତା କାଲି ଅଁଳା ନବମୀ । ରାଧା ପାଦ ଦର୍ଶନ ପାଇଁ ବିଶ୍ୱ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ପ୍ରତି ବର୍ଷ ଶହ ଶହ ଭକ୍ତଙ୍କ ଭିଡ ଦେଖିବା ପାଇଁ ମିଳିଥାଏ । ହେଲେ ଦୁଇ ବର୍ଷ ହେବ କରୋନା କଡକଣା ପାଇଁ ମନ୍ଦିରରେ ସାଧାରଣର ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କଟକଣା ହଟିଥିବାରୁ ଭକ୍ତଙ୍କୁ ରାଧା ପାଦ ଦର୍ଶନ କରିବା ପାଇଁ ଅନୁମତି ମଳିଛି । ହେଲେ ଏଥର ମଧ୍ୟ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି । ଶ୍ରଦ୍ଧାଳୁ କେବଳ ରାଧା ପାଦ ଦର୍ଶନ କରିପାରିବେ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭାବ ତରଣ ସାହୁ ।

Anla Nabami

ଆସନ୍ତା କାଲି ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା' ରାଧା । ଭକ୍ତଙ୍କ ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡକଡି କରାଯାଇଛି । ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ୍ ଫୋର୍ସ, ୨୦ ଜଣ ଗୃହରକ୍ଷୀ ମୁତୟନ କରାଯିବ । ଆସନ୍ତା କାଲି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବ୍ୟାରିକେଟ୍ ବ୍ୟବସ୍ଥା ସହ ପାନୀୟ ଜଳ, ପାର୍କିଂ ଆଦିର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+