Get Updates
Get notified of breaking news, exclusive insights, and must-see stories!

ରାଉରକେଲାରେ ଝାଡ଼ାବାନ୍ତିରେ ଗଲାଣି ୪ ଜୀବନ, ଶତାଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ସେହିପରି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଖବର ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାରୀ ଡାକ୍ତରଖାନାରେ ଶେହରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି ।

ବିଭିନ୍ନ ସହରରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଔଷଧ ବଣ୍ଟନ କରାଯାଉଛି । ୧୨ଟି ଦଳ ଔଷଧ ବଣ୍ଟନ କରୁଛନ୍ତି । ସେହିପରି ପାନୀୟ ଜଳ ପରୀକ୍ଷା ମଧ୍ୟ କରାଯାଉଛି । ବର୍ତ୍ତମାନ ଝାଡାବାନ୍ତି ବ୍ୟାପୁଥିବାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡି ନାହିଁ ।

Rourkela

ସୂଚନା ଅନୁସାରେ, ବର୍ତ୍ତମାନ ସମସ୍ତ ସ୍ଥାନରୁ ପାନୀୟ ଜଣ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନର ଖାଦ୍ୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ତେବେ ଝାଡାବାନ୍ତିରେ ପ୍ରାଣ ହରାଇଥିବା ୪ ଜଣ ହେଲେ ଗ୍ଲାସନ୍ ସମାନ୍ତ, ନାନସୀ ଦୁବେ, ଫୁଲଟୋଲୀ ଗୌଡ ଏବଂ ଅହଲ୍ୟା ନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+